ସୋନାଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ବଲିଉଡ୍ କଳାକାର

ମୁମ୍ବାଇ: କ୍ୟାନସର ସହ ଯୁଝୁଥିବା ବଲିଉଡ଼୍‌ ଚାର୍ମିଙ୍ଗ କୁଇନ୍ ସୋନାଲି ବେନ୍ଦ୍ରେଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ବଲିଉଡ୍ କଳାକାର। ସେ ଖୁବଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି।

କ୍ୟାନସରରେ ପୀଡିତ ଥିବା ସଂପର୍କରେ ସୋନାଲି ନିଜେ ଉଭୟ ଟ୍ୱିଟରରେ ଓ ଇନ୍‌ଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ କରି ସୂଚନା ଦେଇଥିଲେ।

sonali

ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ହେଲେ ବିଭିନ୍ନ ପରୀକ୍ଷାରୁ ସେ ହାଇଗ୍ରେଡ୍ କ୍ୟାନସରରେ ପୀଡ଼ିତ  ଥିବା ଜଣାପଡ଼ିଛି ବୋଲି  ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି। ଏବେ ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି।

ସୋନାଲିଙ୍କୁ କ୍ୟାନସର ହୋଇଥିବା କଥା ଜଣାପଡ଼ିବା ପରେ କେବଳ ବି-ଟାଉନ ନୁହେଁ ବରଂ ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଏନେଇ ଯେତେବେଳେ ସୋସିଆଲ ମିଡ଼ିଆରେ ସୋନାଲି ସୂଚନା ଦେଇଥିଲେ, ସାଙ୍ଗେସାଙ୍ଗ କରନ ଜୋହର, ରୀତେଶ ଦେଶମୁଖ୍‌, ଦିବ୍ୟା ଦତ୍ତଙ୍କ ସମେତ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଏକ ପ୍ରକାର ଝଟ୍‌କା ଲାଗିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ଏହି ଖବର ଜାଣିବାପରେ ଅଭିନେତା ଅକ୍ଷୟ କୁମାର ସପରିବାର ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ହସ୍ପିଟାଲ ଯାଇ ସୋନାଲିଙ୍କୁ ଭେଟିଥିଲେ।

ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ତେବେ ବିଭିନ୍ନ ପରୀକ୍ଷା କରିବା ପରେ ସେ କ୍ୟାନସର୍ ପୀଡ଼ିତ ଥିବା ଜଣାପଡ଼ିଥିଲା । ସେ ହାଇଗ୍ରେଡ କ୍ୟାନସରରେ ଆକ୍ରାନ୍ତ ଥିବା କହିଛନ୍ତି। ନ୍ୟୁୟର୍କରେ ସ୍ୱାମୀ ତଥା ପ୍ରଯୋଜକ ଗୋଲ୍ଡି ବେହେଲଙ୍କ ସହ ସେ ଏବେ ଥିବା ଟ୍ୱିଟରରେ ଉଲ୍ଳେଖ କରିଛନ୍ତି। ସେ କହିଛନ୍ତି ଯେ  ଜୀବନ ବେଳେ ବେଳେ ଏମିତି ମୋଡ଼ରେ ମଣିଷକୁ ଫିଙ୍ଗି ଦିଏ ଯାହା ଆଶା କରା ଯାଇନଥାଏ । ସେ ସୁସ୍ଥ ହୋଇଯିବେ ବୋଲି ଆଶା କରୁଛନ୍ତି । ଜୀବନର ସବୁ ସୋପାନ ସହ ସେ ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ବଲିଉଡର ବହୁ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ସୋନାଲି।  ହମ୍ ସାଥ ସାଥ୍ ହେଁ, ସରଫରୋସ୍, କଲ୍ ହୋ ନା ହୋ ରେ ତାଙ୍କ ଚମତ୍କାର ଅଭିନୟ ଦେଖିଛନ୍ତି ଦର୍ଶକ।

You might also like