ମିଳିଲାନି ଚାରି କାନ୍ଧ , ଭାରରେ ବୁହାହେଲା ମୃତଦେହ

କେନ୍ଦୁଝର  : କ୍ୟାନସରରେ ମୃତ୍ୟୁ ହୋଇଥିଲା ବୋଲି ମିଳିଲାନି ଚାରି କାନ୍ଧ। ଶେଷରେ ଭାରରେ ବୁହାହେଲା ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ଗାଁରେ ଘଟିଛି ଏହି ଘଟଣା।

ଗାଁର ଦୁଃଶାସନ ବେହେରା କର୍କଟ ରୋଗରେ ଅାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ୟାନସରରେ ମୃତ୍ୟୁ ହୋଇଥିବାରୁ ତାଙ୍କ କୁଟୁମ୍ବ କିମ୍ବା ଗାଁ ଲୋକେ କେହି ବି କାନ୍ଧ ଦେବାକୁ ଅସିନଥିଲେ। ଶେଷରେ ତାଙ୍କ ପୁଅ ଓ ପୁଅଙ୍କ ସାଙ୍ଗ ଭାରା କର  ବୋହି ଦାହ ସଂସ୍କାର କରିଥିଲେ।

You might also like
Comments
Loading...