ସୋସିଆଲ ମିଡିଆରେ ପିଲା ଚୋରି ଭିଡ଼ିଓକୁ ନେଇ ଦକ୍ଷିଣ ଓଡ଼ିଶାରେ ଆତଙ୍କ

ଭୁବନେଶ୍ୱର : ନୟାଗଡ଼, ରାୟଗଡ଼ା, ବ୍ରହ୍ମପୁର ପିଲା ଚୋରି ଅଭିଯୋଗରେ ଲୋକଙ୍କ ହାବୁଡ଼ରେ ପଡିଥିବା ଯୁବକଙ୍କୁ ନିସ୍ତୁକ ମାଡ଼। ଗତ କିଛି ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆରେ ପିଲା ଚୋର ସମ୍ପର୍କରେ କିଛି ଅଜବ କଥା ସାଙ୍ଗକୁ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ ହେବା ପରେ ସାରା ଦକ୍ଷିଣ ଓଡ଼ିଶାରେ ବଢିଛି ଲୋକଙ୍କ ଆକ୍ରୋଶ।  ରାୟଗଡ଼ାର ଜେମାଦେଇପୁର ଓ ରାଣୀଗୁଡ଼ା ଫାର୍ମ ଅ଼ଞ୍ଚଳରେ ଦୁଇଜଣ ସନ୍ଦିଗ୍ଧ ଯୁବକଙ୍କୁ ପିଲାଚୋର ଭାବି ମାଡ ମାରି ପୋଲିସ ଜିମା ଦେଇଛନ୍ତି ଲୋକେ।

ସେହିପରି ବ୍ରହ୍ମପୁରରେ ୬ ଜଣ ଅଣଓଡ଼ିଆ ଯୁବକଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ଗେଟ୍ ବଜାର ଅଞ୍ଚଳର ଲୋକେ। ଗତକାଲି ବିଳମ୍ବିତ ରାତିରେ ଏମାନେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ସେମାନଙ୍କୁ ପରିଚୟ ପଚାରିଥିଲେ ସ୍ଥାନୀୟ ଲୋକେ, ହେଲେ ସେମାନେ ପ୍ରଶ୍ନ ବୁଝିପାରିନଥିଲେ କି ଉତ୍ତର ଦେଇପାରିନଥିଲେ। ଫଳରେ ପ୍ରବଳ ପିଟିଥିଲେ ଲୋକେ। ସେହିପରି ନୟାଗଡ଼ ସଦର ଥାନା ଅଞ୍ଚଳରେ ଆଜି ଜଣେ ଯୁବକକୁ ପିଲା ଚୋରି ଅଭିଯୋଗରେ ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକେ।

ସାରା ଦକ୍ଷିଣ ଓଡ଼ିଶାରେ ଗତ କିଛି ଦିନ ହେଲା ପିଲା ଚୋର ଗୁଜବ ବ୍ୟାପିବା ଯୋଗୁଁ ଲୋକଙ୍କ ଭିତରେ ଆତଙ୍କ ଦେଖାଦେଇଛି। ଭୟରେ ରାତି କଣ ଦିନବେଳା ବି ଗାଁ ଗାଁରେ ପଡ଼ି ଯାଉଛି ତାଟି କବାଟ। ପାରଳାଖେମୁଣ୍ଡିରେ ଏମତି ଦୃଶ୍ୟ ଦେଖିବାକୁ ମିଳିଛି। ରାତି ଉଜାଗର ରହି ଠେଙ୍ଗା ବାଡ଼ି ଧରି ଚୋର ଜଗିଛନ୍ତି ଗାଁ ଲୋକେ। ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା ପଦାକୁ ଆସିବା ପରେ ଏବେ ପୋଲିସ ପାଇଁ ଚିନ୍ତା ବଢିଛି।

ଖୋଦ୍ ଡିଜିପି କହିଛନ୍ତି, ପିଲା ଚୋରି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଠାରୁ ନିର୍ଦ୍ଦିଷ୍ଟ ଲିଖିତ ଅଭିଯୋଗ ଆସିନାହିଁ। ସୋସିଆଲ ମିଡିଆରେ ବୁଲୁଥିବା ଭିଡିଓ ଓ ଖବର ଗୁଜବ। ଯଦି କେଉଁଠି କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସୁଛନ୍ତି, ତୁରନ୍ତ ପୋଲିସକୁ ଖବର ଦେବା ଦରକାର। ପିଲା ଚୋରି ଅଭିଯୋଗରେ ମାଡ଼ ମାରି ଆଇନକୁ ହାତକୁ ନେବା ଏକ ଅପରାଧ। ପୂର୍ବରୁ ଓଡ଼ିଶାରେ ପିଲାଚୋରି ଅଭିଯୋଗରେ ଲୋକଙ୍କ ଆକ୍ରୋଶର ଶିକାର ସମ୍ପର୍କରେ ଅନେକ ଘଟଣା ପଦାକୁ ଆସିଥିଲେ ମଧ୍ୟ ୨୦୧୫ ଏପ୍ରିଲ୍ ୯ ତାରିଖରେ କୋରାପୁଟ ଜିଲ୍ଲା ବାଲିଆରେ ୪ଜଣ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ପିଟି ପିଟି ହତ୍ୟା କରିଥିଲେ ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like