ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା

ଅନୁଗୁଳ: ଅନୁଗୁଳରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାମାଜିକ କର୍ମୀମାନେ ଥାନା ଛକରେ କଳାପତାକା ପ୍ରଦର୍ଶନ କରିଛନ୍ତି।

ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନରେ ଯୋଗ ଦେବା ପାଇଁ ସେ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଏହି କଳାପତାକା ପ୍ରଦର୍ଶନ ହୋଇଥିଲା।

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର, ଖାଲିପଡ଼ିଥିବା ଡାକ୍ତର କର୍ମଚାରୀ ପଦବୀ ପୂରଣ, ଚଳିତ ବର୍ଷରୁ ତାଲଚେର ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ କରିବା ଆଦି ୬ଦଫା ଦାବି ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ସର୍କିଟ୍ ହାଉସ୍‌ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ତେବେ ସେମାନଙ୍କୁ ସମୟ ନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ଅଭିଯାନ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବାରୁ ତାଙ୍କୁ ସାମାଜିକ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।

You might also like