ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ
ଭଦ୍ରକ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ। ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ନାଗ ସାପ ଉଦ୍ଧାର ହୋଇଛି ।
ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ୩ଟି ନାଗ ସାପ ଉଦ୍ଧାର ହୋଇଛି। ଏହାସହ ଘର ନିକଟରେ ଥିବା ଉଈ ହୁଙ୍କାକୁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଭାଙ୍ଗିଛନ୍ତି ।
ଗତ ତିନି ଦିନ ଧରି ବିଜୟ ଭୂୟାଁଙ୍କ ଘରୁ ମୋଟ୍ ୧୨୬ଟି ନାଗସାପ ଛୁଆ ଏବଂ ୨୧ରୁ ଉର୍ଦ୍ଧ ଅଣ୍ଡାକୁ ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ୍ଲାଇନ୍ ଉଦ୍ଧାର ସାପକୁ ବନ ବିଭାଗକୁ ହସ୍ତାନ୍ତର କରିଛି।
ଉଦ୍ଧାର ହୋଇଥିବା ଏତେ ସଂଖ୍ୟାରେ ସାପ ଓ ଏହାର ଅଣ୍ଡାଗୁଡ଼ିକୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଭଦ୍ରକ: ଶ୍ୟାମପୁର ଗାଁର ଜଣକ ଘରୁ ୧୨୬ ନାଗସାପ ଉଦ୍ଧାର ଘଟଣା; ଆଜି ସଂପୃକ୍ତ ବ୍ୟକ୍ତିଙ୍କ ଘରୁ ପୁଣି ୩ଟି ବଡ଼ ନାଗସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ କର୍ମଚାରୀ #Odisha pic.twitter.com/EzJlyZcL87
— ଓଟିଭି (@otvkhabar) 24 June 2018