ଯାତ୍ରା ପେଣ୍ଡାଲରେ ସାପ ଖେଳ

ବ୍ରହ୍ମପୁର  : ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଂଘନ। ଲୋକଙ୍କ ମନୋରଂଜନ ପାଇଁ ସାପଙ୍କୁ ଧରି ଯାତ୍ରା ପେଣ୍ଡାଲରେ ଚାଲିଛି ପ୍ରଦର୍ଶନ। ବ୍ରହ୍ମପୁର ସାରୁଆ ସାହିରେ ଚାଲିଥିବା ଏକ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ।

ବ୍ୟକ୍ତି ଜଣକ ସାପକୁ ପ୍ଲାଷ୍ଟିକ ଡବାରେ ରଖି ପ୍ରଦର୍ଶିତ କରିଥିଲେ। ଗୋଟିଏ ସାପ ନୁହେଁ, ଏକାଧିକ ସାପଙ୍କୁ ଧରି ଡବାରେ ବନ୍ଦ କରି ରଖିଥିଲେ ପ୍ରଦର୍ଶନ କରୁଥିବା ଏହି ବ୍ୟକ୍ତି ଜଣକ।

ଘଟଣାକୁ ନେଇ ବ୍ରହ୍ମପୁର ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖୋର୍ଦ୍ଧା ୱାଇଲ୍ଡ ଅନରାରୀ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକ। ବନ୍ୟପ୍ରାଣୀ ଆଇନର ଖୋଲା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବନ୍ୟପ୍ରାଣୀ ଅନରାରୀ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକ। ଅନ୍ୟପଟେ ଘଟଣାର ତଦନ୍ତ କରାଯାଉଥିବା ବ୍ରହ୍ମପୁର ଡିଏଫ୍ଓ କହିଛନ୍ତି।

You might also like