ଉଦ୍ଧାର ନାଗ ସାପ ଗୁଡିକୁ ଜଙ୍ଗଲରେ ଛଡ଼ାଗଲା

ଭଦ୍ରକ: ଭଦ୍ରକ ଧାମନଗରର ପାଇକ ସାହିରୁ ଉଦ୍ଧାର କରାଯାଇଥିବା ନାଗ ସାପ ଗୁଡିକୁ ଆନନ୍ଦପୁରର ହଦଗଡ଼ ଡ୍ୟାମ୍ ପାର୍ଶ୍ୱ ଜଙ୍ଗଲରେ ଛଡାଯାଇଛି।

ଗତ ୨ ଦିନ ଧରି ଶହେରୁ ଅଧିକ ନାଗ ଛୁଆ ଉଦ୍ଧାର ପରେ ଗତକାଲି ପାଇକ ସାହିରୁ ପୁଣି ୫ଟି ବିଷଧର ନାଗ ଧରାପଡିଥିଲେ।  ସେଠାରେ ରହୁଥିବା ବିଜୟ ଭୂୟାଁଙ୍କ ଘର ଭିତରୁ ଗଲା ଦୁଇ ଦିନ ଭିତରେ ଉଦ୍ଧାର ୧୨୬ ନାଗ ସାପ ଛୁଆ ଉଦ୍ଧାର ହୋଇଥିଲେ।

ଶନିବାର ରାତିରେ ଅଗଣାରେ ପୁଣି ସାପ ବୁଲୁଥିବା ଦେଖି ଭୟଭୀତ ହୋଇପଡ଼ିଥିଲେ ବିଜୟ। ପରେ ସାପ ଧରାଳିଙ୍କୁ ଖବର ଦେବାରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।

ବିଜୟଙ୍କ ଘର କାନ୍ଥକୁ ଲାଗି ଥିବା ଊଇ ହୁଙ୍କା ଖୋଳିବାରୁ ଧରାପଡ଼ିଥିଲେ ଗୋଟିଏ ପରେ ଗୋଟିଏ ୫ଟି ନାଗ। ଗତ ୩ ଦିନ ଭିତରେ ବିଜୟଙ୍କ ଘରୁ ଛୋଟ ବଡ଼ ମିଶାଇ ୧୩୧ଟି ସାପ ଉଦ୍ଧାର କରାଯାଇଥିଲା ତେବେ ସବୁ ଉଦ୍ଧାର କରାଯାଇଥିବା ସାପଗୁଡିକୁ ସ୍ନେକ୍ ହେଲ୍ପ ଲାଇନ୍ ସହାୟତାରେ ଜଙ୍ଗଲରେ ଛଡାଯାଇଛି।

You might also like