ଶୋଇଥିବା ବେଳେ ମଶାରି ଭିତରେ ପଶିଗଲା ବିଷାକ୍ତ ସାପ

କଟକ: ମଶାରି ଭିତରେ ସାପ। କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି।

ଉଜ୍ୱଳା ମଶାରି ଟାଣି ଶୋଇଥିବା ବେଳେ ପାଖାପାଖି ଭୋର ୩ଟାରେ ସାପଟି ମଶାରି ଭିତରେ ପଶିଯାଇଥିଲା। ଏହାପରେ ସେ ନିଜ ପରିବାର ଓ ସାହି ପଡିଶାଙ୍କୁ ଖବର ଦେଇଥିଲେ।

ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ଟିମ୍ ପହଞ୍ଚିବା ପରେ ବିଷାକ୍ତ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା। ତେବେ ସାପଟି କାହାରି କିଛି କ୍ଷତି କରି ନ ଥିବା ଜଣାପଡିଛି।

You might also like