ଡାକ୍ତରଖାନାରେ ୧୦ ଫୁଟିଆ ବିଷଧର

ବାରିପଦା: ଡାକ୍ତରଖାନାରେ ସାପ।  ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପାଖାପାଖି ୧୦ ଫୁଟ୍‌।

ଗତକାଲି ସନ୍ଧ୍ୟାବେଳେ ଡାକ୍ତରଖାନାର ଆଉଟ୍‌ ଡୋର୍‌ରେ ଏକ ଏସି ପଛପଟେ ଲୁଚିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏନେଇ ସାପ ଧରାଳିକୁ ଖବର ଦିଆଯାଇଥିଲା। ସାପ ଧରାଳି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

ଏହା ଏକ ବିଷଧର ସାପ ବୋଲି ଜଣାପଡ଼ିଛି। ଶିମିଳିପାଳ ଜଙ୍ଗଲ ପାଦ ଦେଶରେ ଡାକ୍ତରଖାନାଟି ଥିବାରୁ ଏହା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

You might also like