ନକଲି ଆମ୍ବୁଲାନ୍ସରେ ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ

ମାଲକାନଗିରି: ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ତା’ବି ପୁଣି ନକଲି ଆମ୍ବୁଲାନ୍ସ ଭିତରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କାରବାରର ପର୍ଦ୍ଦାଫାସ ହୋଇଛି।

ମୃତଦେହ ନେବା ପରି ଗଞ୍ଜେଇକୁ ଧଳା କପଡ଼ାରେ ଗୁଡ଼ାଇ ଏକ ନକଲି ଆମ୍ବୁଲାନ୍ସରେ ନିଆଯାଉଥିଲା। ତେବେ ପୋଲିସ ଗୋବିନ୍ଦପାଲ୍ଲୀ ଛକରେ ଯାଞ୍ଚ ବେଳେ ଏହା ଧରାପଡ଼ିଥିଲା। ଆମ୍ବୁଲାନ୍ସରୁ୧ କ୍ୱିଣ୍ଟାଲ୍ ୨୩ କେଜି ଗଞ୍ଜେଇ ଜବତ କରାଯିବା ସହ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଥାଉ କି, ଜୁନ୍‌ ୨୪ ତାରିଖରେ ଏକ ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ବସ୍ତା ବସ୍ତା ଗଞ୍ଜେଇ। ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବାବେଳେ ଏହା ଧରାପଡ଼ିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ- ପଇଡ଼ ଭିତରେ ଗଞ୍ଜେଇ ଚାଲାଣ

You might also like