ପାର୍ସଲରୁ ବାହାରିଲା ଧୂଆଁ

କେନ୍ଦୁଝର: ଅଜଣା ପାର୍ସଲକୁ ନେଇ ଡାକ ଘରେ ଆତଙ୍କ। କେନ୍ଦୁଝର ଜିଲ୍ଲା ଘସିପୁରା ଡାକଘରରେ ଏକ ପାର୍ସଲକୁ ନେଇ ଆଜି ଆତଙ୍କ ଦେଖାଦେଇଥିଲା।

ଏଠାକୁ ଆସିଥିବା ଏକ ପାର୍ସଲକୁ ରଖିଲା ବେଳେ ହଠାତ୍‌ ସେଥିରୁ ଧୂଆଁ ବାହାରିଥିଲା।  ଫଳରେ ଡାକ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ। ଖବର ପାଇ  ପୋଲିସ ଓ ଦମକଳ ବାହିନୀ ଆସି ଅନୁଧ୍ୟାନ କରିଛନ୍ତି।  ବର୍ତ୍ତମାନ ପାର୍ସଲଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି।

ତେବେ ପାର୍ସଲଟି କେଉଁଠୁ ଆସିଥିଲା, କେଉଁ ସ୍ଥାନକୁ ଏହାକୁ ପଠାଯାଇଥାନ୍ତା ତାହା ଏପର୍ଯ୍ୟନ୍ତ କିଛି ଜଣାପଡ଼ିନି।

You might also like