ଆଜିଠାରୁ ଉପଲବ୍ଧ ହେଉଛି ଏହି ସବୁ ଷ୍ଟାଇଲିଶ୍ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ବିଭିନ୍ନ ଷ୍ଟାଇଲିଶ୍‌ ତଥା ଅପଗ୍ରେଡ୍‌ ଭର୍ସନର ମୋବାଇଲ ଫୋନ୍‌ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଚଳିତ ସପ୍ତାହରେ ବିଭିନ୍ନ ବ୍ରାଣ୍ଡ୍‌ର ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଆଜି କିଛି ଫୋନ୍‌ ଅନ୍‌ଲାଇନ୍‌ରେ ଉପଲ୍ଲବ୍ଧ ହୋଇଛି। ସେଥିମଧ୍ୟରେ ରହିଛି Samsung Galaxy A8 Star, Huawei Nova 3i, 10.or D2, Poco F1, Jio Phone 2 ଓ ଆହୁରି ଅନେକ। ଆଜିଠୁ ୩୧ ଯାଏ ବିକ୍ରି ଆରମ୍ଭ ହେବ।

Poco F1 ର ଅଗଷ୍ଟ ୨୯ରେ ଉପଲ୍ଲବ୍ଧ ହେବାକୁ ଥିବାବେଳେ Jio Phone 2 ଅଗଷ୍ଟ ୩୦ରେ ଅନ୍‌ଲାଇନ୍‌ରେ ଉପଲ୍ଲବ୍ଧ ହେବ।

ଆମାଜନ୍‌ ଇଣ୍ଡିଆ ଓ ସାମ୍‌ସଙ୍ଗ ଅନ୍‌ଲାଇନ୍‌ ଷ୍ଟୋର୍‌ରେ Samsung Galaxy A8 Starର ବିକ୍ରି ଆଜିଠୁ ଆରମ୍ଭ ହୋଇଛି। Samsungର ଏହି ନୂଆ ଡିଜାଇନ୍‌ ଫୋନ୍‌ ବେଶ୍‌ ଆକର୍ଷଣୀୟ ହୋଇଛି। 2.5D + 3D Glass + metal frame ରହିଛି। ଖାଲି ଏତିକି ନୁହେଁ ଏହି ଟପ୍‌ ମଡେଲ୍‌ରେ Qualcomm Snapdragon 660 SoC (2.2GHz quad + 1.8Ghz quad) ସହ 6GB RAM ଓ 64GB internal storage ରହିଛି। ଏଥିରେ ଫ୍ରଣ୍ଟ୍ ଡୁଆଲ୍‌ ରିଅର୍‌ ସେଟ୍‌ଅପ୍‌ ୧୬ ମେଗା ପିକ୍ସେଲ୍‌ ପ୍ରାଇମେରୀ ଲେନ୍ସ କ୍ୟାମେରା ରହିଛି। ସେଲ୍‌ଫି ନେବା ପାଇଁ 24-megapixel(f/1.7 aperture) କ୍ୟାମେରା ରହିଛି ଏହାର ବ୍ୟାଟେରୀ ବ୍ୟାକ୍‌ଅପ୍‌ 3700 mAh।

Image Credit: The Indian Express

ସେହିପରି Huawei Nova 3iର ବିକ୍ରି ମଧ୍ୟ ଆମାଜନ୍‌ ଇଣ୍ଡିଆରେ ଆଜିଠୁ ଆରମ୍ଭ ହୋଇଯାଇଛି। ଏହାର ମୂଲ୍ୟ ୨୦ ହଜାର ୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଡୁଆଲ୍‌ ଫ୍ରଣ୍ଟ୍‌ କ୍ୟାମେରା ରହିଛି।

Image Credit: Digit

୬ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା 10.or D2 ଆଜି ଓ କାଲି ଆମାଜନ୍‌ରେ ଉପଲବ୍ଧ ହେବ। ଏହି ଫୋନ୍‌ରେ ବିଭିନ୍ନ ପ୍ରକାରର ସୁବିଧା ରହିଛି। ଯେପରିକି LED Flash, microSD card slot, 400 nits brightness and anti-fingerprint coating ଇତ୍ୟାଦି।

Image Credit:BGR India

Poco F1ର ବିକ୍ରି ଅଗଷ୍ଟ ୨୯ରେ ଆରମ୍ଭ ହେବାକୁ ଥିବାବେଳେ, ଏହାର ପ୍ରାରମ୍ଭିକ ମୂଲ୍ୟ ୨୦ ହଜାର ୯୯୯ଟଙ୍କା ରହିଛି। ଏଥିରେ LCD display, curved glass ଓ Corning Gorilla Glass, 4K video recording, 256GB inbuilt storage ଭଳି ସୁବିଧା ରହିଛି।

Image Credit:YugaTech

ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଥିବା ୪ଜି ଫିଚର୍‌ ‘ଜିଓ ଫୋନ ୨’ ର ପରବର୍ତ୍ତୀ ଫ୍ଲାସ୍‌ ସେଲ୍‌ ଅଗଷ୍ଟ ୩୦ରେ ହେବ। ଜିଓ ଫୋନ୍‌ ୨ରେ horizontal ସ୍କ୍ରିନ୍‌ ଡିସ୍‌ ପ୍ଲେ ସହ full keyboard ରହିଛି। ଏହାର ମୂଲ୍ୟ ୨ହଜାର ୯୯୯ଟଙ୍କା। ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଏଥିରେ ଅନ୍ୟାନ୍ୟ ସୁବିଧା ମଧ୍ୟ  ରହିଛି। ଡୁଆଲ-ସିମ୍‌ (ନାନୋ) ସପୋର୍ଟ ସହ ୨.୪ ଇଞ୍ଚର QVGA ଡିସ୍‌ପ୍ଲେ ରହିଛି। ସେହିପରି ୫୧୨MB RAM ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ପୁରୁଣା ଜିଓ ଫୋନ୍‌ ବ୍ୟବହାରକାରୀ ୫୦୧ଟଙ୍କା ଦେଇ ଜିଓ ଫୋନ୍‌ର ଅପଗ୍ରେଡ୍ କରାଇପାରିବେ।

jio

ଅଗଷ୍ଟ ୨୮ରେ ଲଞ୍ଚ ହେବାକୁ ଯାଉଛି Realme 2ଏହା Flipkartରେ ଉପଲ୍ଲବ୍ଧ ହେବ। ଏଥିରେ 6.2-inch HD display ସହ 4230mAh battery ଓ rear-mounted fingerprint scanner ଭଳି ଅନେକ ସୁବିଧା ରହିଛି।

Image Credit:TechIui

You might also like