ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍
ଭୁବନେଶ୍ୱର: ପୁରୁଷଙ୍କ ପରେ ଏବେ ମହିଳା ଚାଷୀଙ୍କୁ ବି ସ୍ମାର୍ଟ ଫୋନ୍ ମିଳିବ । ସମବାୟ ବିଭାଗ ପକ୍ଷରୁ ଏହି ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଆସନ୍ତା ଖରିଫ ଋତୁରେ ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ପୂର୍ବରୁ ପୁରୁଷ ଚାଷୀମାନଙ୍କୁ ଫୋନ୍ ଦିଆଯାଇଥିଲା। ଏବେ ମହିଳାମାନଙ୍କୁ ମଧ୍ୟ ଫୋନ୍ ମିଳିବ। ଫୋନ୍ରେ ଚାଷ, ପାଣିପାଗ ଓ ଋଣ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିହେବ। ଏଥିପାଇଁ ମହିଳା ଚାଷୀଙ୍କୁ ଅନ୍ଲାଇନ ଆବେଦନ କରିବାକୁ ପଡ଼ିବ। ଅଳ୍ପ ମହିଳା ଚାଷୀ ଥିବାରୁ ପ୍ରଥମ ପର୍ଯ୍ୟାୟରେ ହିଁ ୭୦ ପ୍ରତିଶତ ଚାଷୀଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଯିବ।