ଭୁବନେଶ୍ୱରରେ ଆରମ୍ଭ ହେବ ବାଇସାଇକେଲ୍ ସେୟାରିଂ ସେବା, ୩୦ ମିନିଟ୍ ପାଇଁ ମାଗଣା
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଖୁବଶୀଘ୍ର ଆରମ୍ଭ ହେବ ବାଇସାଇକେଲ ସେୟାରିଂ ସେବା। ମୋବାଇଲ ଆପ୍ସ ମାଧ୍ୟମରେ ମିଳିବ ସାଇକେଲ ସେବା। ବୁଧବାର ଏହି ସୂଚନା ଦେଇଛନ୍ତି ବିଡିଏ ଭିସି କ୍ରୀଷନ କୁମାର।
ସୂଚନା ଅନୁସାରେ ନିଜ ମୋବାଇଲରେ ବୁକିଂ କରି ଗ୍ରାହକ ସାଇକେଲ ଚଳାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲର ବ୍ୟବସ୍ଥା କରାଯିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ GPS ଲଗା ସାଇକେଲ ରହିବ। ସାଇକେଲ ପାଇଁ ମୋବାଇକ୍ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ସାଇକେଲ ଷ୍ଟାଣ୍ଡ ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇବେ ବୋଲି କ୍ରୀଷନ କୁମାର ସୂଚନା ଦେଇଛନ୍ତି।
ତେବେ ଏଥିପାଇଁ ପ୍ରଥମେ ମାଗଣାରେ ୩୦ ମିନିଟ୍ ସାଇକେଲ ଚଳାଇବାକୁ ଦିଆଯିବ। ଏହାପରେ ଭଡ଼ା ଲାଗିବ। ଏବଂ ଯାତ୍ରୀ ଯେଉଁଠୁ ସାଇକେଲ ନେବେ ସେଠାରେ ହିଁ ସାଇକଲ ଦେବା ଜରୁରୀ ନାହିଁ। ସେ ଯେଉଁ ସ୍ଥାନକୁ ଯିବେ ସେହି ଅଞ୍ଚଳରେ ଥିବା ଷ୍ଟାଣ୍ଡରେ ସାଇକଲ ଦେଇପାରିବେ ବୋଲି କ୍ରୀଷନ କୁମାର କହିଛନ୍ତି।