କେବେ ମିଳିବ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ

ଭୁବନେଶ୍ୱର :  ପ୍ରଥମେ ଗଣଦୁଷ୍କର୍ମ, ପରେ ବ୍ୟବସ୍ଥା ଓ ସମାଜର ଲାଞ୍ଛନା। ସଂଘର୍ଷ ମରିଯିବା ପରେ କୁନ୍ଦୁଲି ପୀଡ଼ିତା ଭାବେ ଚର୍ଚ୍ଚିତ ଝିଅଟି ଜୀବନ ହାରିବାର ,ଏହାରି ଭିତରେ ଅଢ଼େଇ ମାସ ବିତିଗଲାଣି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ତା ସହିତ ବିଚାର ବିଭାଗୀୟ ତଦନ୍ତ ବି। ହେଲେ ଝିଅ ଜିଇଁଥିଲା ବେଳେ ଯେମିତି ବ୍ୟବସ୍ଥାରୁ ନ୍ୟାୟ ନପାଇ ପ୍ରତି ମୁହୂର୍ତ୍ତରେ ମରୁଥିଲା, ସେ ମରିଗଲା ପରେ ସେମିତି ନ୍ୟାୟ ନପାଇ ଏବେ ବି ଜଳୁଛନ୍ତି ପୀଡ଼ିତାଙ୍କ ପରିବାର। ମରିଯାଇଛି ରାଜ୍ୟ ସରକାରଙ୍କ ତଦନ୍ତ ଉପରୁ ପରିବାରର ଭରସା।

ଅକ୍ଟୋବର ୧୦, ୨୦୧୭ରେ ପୀଡ଼ିତା ଅଭିଯୋଗ କଲେ ଯବାନଙ୍କ ଭଳି ପୋଷାକ ପିନ୍ଧିଥିବା ୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ହଇଚଇ ହେଲା, ପୋଲିସ୍ ତଦନ୍ତ କଲା ତାପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବି ଆରମ୍ଭ କଲା। ଏହା ଭିତରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇ ଏଚ୍ଆର୍‌ପିସି ଏଡିଜି କହିଲେ ପୀଡ଼ିତାଙ୍କୁ ଆଦୌ ଦୁଷ୍କର୍ମ ହୋଇନାହିଁ। ହେଲେ ତାର ଠିକ୍ ପରଦିନ କ୍ରାଇମ୍‌ବ୍ରାଞ୍ଚ ସହିତ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଫଳ ଶୂନ୍। କିଏ ଏହି ଘଟଣାର ମାଷ୍ଟରମାଇଣ୍ଡ ? କେତେ ଜଣ ସାମିଲ ଥିଲେ? ସବୁ କିଛି ଏବେ ବି ରହସ୍ୟ।

ସେହିପରି ପ୍ରଥମ ପର୍ଯ୍ୟାୟରେ ବିଚାର ବିଭାଗୀୟ ତଦନ୍ତ ସାରିବାକୁ ୩ ମାସ ଧାର୍ଯ୍ୟ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆଉ ତିନିମାସ ବଢ଼ାଯାଇଥିଲେ ବି ତଦନ୍ତର ଅଗ୍ରଗତି ଯାହା ତା ଉପରେ ବି ପରିବାରର ଭରସା ନାହିଁ। ହେଲେ ମୂଳ ତଦନ୍ତକୁ ଛାଡ଼ି କ୍ରାଇମ୍‌ବ୍ରାଞ୍ଚ ଏବେ କିନ୍ତୁ ଓଟିଭି ପଛରେ ପଡ଼ିଯାଇଛି। ଫୋରେନ୍ସିକ୍ ଲାବ୍ ରିପୋର୍ଟରେ ଅସଙ୍ଗତି ନେଇ ଓଟିଭିର ଖୁଲାସା ପରେ ଓଟିଭି ହାତରେ ରିପୋର୍ଟ କେମିତି ଲାଗିଲା, ଜାନୁଆରୀ ୨୫ରେ ପ୍ରସାରିତ ଏକ୍ସକ୍ଲୁସିଭ୍ ନ୍ୟୁଜ୍ ରିପୋର୍ଟର ଉତ୍ସ କିଏ, ତାକୁ ଖୋଜିବାରେ ଯେମିତି ସବୁ କଳବଳ କୌଶଳ ଲଗେଇ ଦେଇଛି।

ସେପଟେ କୁନ୍ଦୁଲି ମାମଲା ବିଭିନ୍ନ ସ୍ତରରେ ତଦନ୍ତ କରିଥିବା ଅଧିକାରୀ ଓ ସଂସ୍ଥାଙ୍କୁ ସେମାନଙ୍କ ରିପୋର୍ଟ, ତଥ୍ୟ ପ୍ରମାଣ ସହ ଆସନ୍ତା ୧୬ ତାରିଖ ସୁଦ୍ଧା ତଦନ୍ତ କମିଶନଙ୍କ ନିକଟରେ ଦାଖଲ ପାଇଁ କୁହାଯାଇଥିବା ସରକାରୀ ଓକିଲ କହିଛନ୍ତି। ମିଡିଆର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ବଦଳରେ ତଦନ୍ତକାରୀ ସଂସ୍ଥା କୁନ୍ଦୁଲି ରହସ୍ୟ ଉନ୍ମୋଚନ ଉପରେ କେବେ ଅଧିକ ଧ୍ୟାନ ଦେଉଛି ଏବେ ତା ଉପରେ ସାରା ରାଜ୍ୟବାସୀଙ୍କ ନଜର।

ଆହୁରି ପଢ଼ନ୍ତୁ

ବିଲ୍‌ଡରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ

ତଥ୍ୟ ଯୋଗାଡ଼ ଲାଗି ପୋଲିସ ନେବ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା

ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍

କ୍ରାଇମବ୍ରାଞ୍ଚ ସ୍କାନରରେ ଅଧ୍ୟାପକ ପୁଞ୍ଜିଲାଲ

କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଅଶ୍ଳୀଳ ଭିଡିଓ ଭାଇରାଲ ଓ କୁଆଖାଇ ହତ୍ୟାକାଣ୍ଡ ଘଟଣା : କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପୀଡ଼ିତା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ

ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି

You might also like