ଆଜି ଶିବ ବିବାହ: ଉତ୍ସବମୁଖର ସମ୍ବଲପୁର ସହର

ସମ୍ବଲପୁର: ଶୀତଳଷଷ୍ଠୀ ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଆଜି ମହାପ୍ରଭୁ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସପ୍ତ ଋ଼ଷିଙ୍କ ସହ ମହାପ୍ରଭୁ ହନୁମାନ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରରେ ଥିବା ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଆଜି ମହାଦେବ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଘରେ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗିଲାଣି। ସହରର ବିଭିନ୍ନ ମନ୍ଦିର ଓ ପଡ଼ାରେ ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ଢୋଲ, ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ଅଞ୍ଚଳ। ବିବାହ ଉତ୍ସବରେ ସାମିଲ ଲାଗି ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

You might also like