ଏସ୍‌ଆଇଟି ବୈଠକ ଶେଷ: ଫୋକସରେ ଅର୍ଥନୈତିକ ଅପରାଧ

କଟକ: କଳାଧନ ସମ୍ପର୍କିତ ଶନିବାର କଟକରେ ବସିଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (SIT)ର ବୈଠକ ଶେଷ ହୋଇଛି। ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ମାଓବାଦୀଙ୍କଠାରୁ ବିପୁଳ କଳାଟଙ୍କା ଜବତ ହୋଇଥିବା ସୂଚନା ଦିଆଯିବା ପରେ ଏ ନେଇ ତଦନ୍ତ କରାଯିବ ବୋଲି ଏସ୍ଆଇଟି ଉପାଧ୍ୟକ୍ଷ କହିଛନ୍ତି।

ଆଜି ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି. ଦାସ, ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ୟୋଗେଶ ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ସିବିଆଇ ଏସ୍‌ପି ପ୍ରମୋଦ ମାଞ୍ଝି ଓ ଖଣି ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।

You might also like