ସୋନାଙ୍କୁ ବିରୋଧ: ପୋଷ୍ଟର ପୋଡ଼ି, କ୍ଷମା ପ୍ରାର୍ଥନା ଦାବି

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ , ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ।

ଆଜି ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କ୍ଷମା ମାଗିବାକୁ ମଧ୍ୟ ଦାବି ହୋଇଛି।

ସେହିପରି ଭୁଲ ଢଙ୍ଗରେ ସେ ଗାଇଥିବା ଜଣାଣକୁ ୟୁଟ୍ୟୁବ୍‌ରୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନାଗରିକ ମଞ୍ଚ ଅନୁରୋଧ କରିଛି।

ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ତେବେ ଏଥିରେ କୌଣସି ବିବାଦ ନାହିଁ ଏବଂ ସବୁ କଥାକୁ ନେଇ ବିବାଦ ସୃଷ୍ଟି ନକରିବାକୁ ସେ ଓଟିଭିକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଓଡ଼ିଆ ସମ୍ବଲପୁରୀ ଗୀତ ରଙ୍ଗବତୀ ଏବଂ ପ୍ରଖ୍ୟାତ ସୁଫି ଗୀତ ତୋରୀ ସୁରତ୍ କୁ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ।

You might also like