ଆସନ୍ତାକାଲି ଉଠିବ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ
କଟକ: ଅନେକ ବାଦବିବାଦ ପରେ ଶେଷରେ ସାଇନ-ଏ-ଡାଏ ଉଠିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏହା ଉଠିବ। ଆଜି ଭିସି ଈଶାନ ପାତ୍ରଙ୍କ ଅଫିସରେ ବସିଥିବା ରେସିଡେନ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସାଇନ୍-ଏ-ଡାଏ ଉଠିବା ପରେ ଛାତ୍ରଛାତ୍ରୀମାନେ ଚାହିଁଲେ ବିଶ୍ୱବିଦ୍ୟାଳୟକୁ ଆସିପାରିବେ। ଏହାସହ ବାତିଲ ହୋଇଥିବା ପରୀକ୍ଷା ସବୁ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ସରିବ। ମେ’ ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ।
ହଷ୍ଟେଲ ମରାମତି ପାଇଁ ପୂର୍ବରୁ ଦିଆଯାଇଥିବା ନୋଟିସ ଅନୁଯାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ ତାରିଖରେ ହେଷ୍ଟଲ ଖାଲି କରିବେ। ଗ୍ରୀଷ୍ମ ଅବକାଶ ପରେ ଜୁଲାଇ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ହେଷ୍ଟଲ ଆଲର୍ଟମେଣ୍ଟ କରାଯିବ ବୋଲି ଭିସି ଈଶାନ ପାତ୍ର କହିଛନ୍ତି।
ଗତ ୮ ତାରିଖ ରାତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନେଇ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଥିଲେ।