ଶିକ୍ଷା ସହାୟକଙ୍କ ଆନ୍ଦୋଳନକୁ ନେଇ ଆରୋପ ପ୍ରତ୍ୟାରୋପ :  ରାଜ୍ୟର ୪୦ପ୍ରତିଶତ ଅନୁଦାନ ଘୋଷଣାରେ ରାଜନୀତିର ଗନ୍ଧ ବାରିଲା ବିଜେପି

ଭୁବନେଶ୍ୱର : ଲୋୟର ପିଏମ୍‌ଜିରେ ଆନ୍ଦୋଳନ ତ ଚାଲିଛି ହେଲେ ଆଜି କିନ୍ତୁ ବଦଳିଯାଇଛି ଶିକ୍ଷା ସହାୟକଙ୍କ ଆଭିମୁଖ୍ୟ। ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିଲେ। ଆଉ ଆଜି କେନ୍ଦ୍ର ଆଡ଼କୁ ବୁଲି ଯାଇଛି ଦାବିର ତୀର। ସଂଘର ୭ଟି ପ୍ରମୁଖ ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ପୂରଣ କରିବାକୁ ପ୍ରତିଶୃତି ଦେବା ପରେ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି। ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟରତ ଶିକ୍ଷା ସହାୟକଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା ଦେବାକୁ ହେଲେ କେନ୍ଦ୍ର ସରକାରଙ୍କ ଭାଗରେ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ଭାଗରେ ୪୦ ପ୍ରତିଶତ ଦରମା ବହନ କରିବାର ନିୟମ ରହିଛି।

ଗତକାଲି ଆଲୋଚନା ବେଳେ ରାଜ୍ୟ ସରକାର ତାଙ୍କ ଭାଗ ଦେବାକୁ ରାଜି ହେବା ପରେ ଏବେ କେନ୍ଦ୍ରକୁ ଗୁହାରି କରିବେ ବୋଲି କହିଛନ୍ତି ଶିକ୍ଷକ ନେତା।

ସେପଟେ ଆନ୍ଦୋଳନରତ ଶିକ୍ଷା ସହାୟକଙ୍କ ହଠାତ୍ ଆଭିମୁଖ୍ୟ ପରିବର୍ତ୍ତନକୁ ନେଇ ତେଜିଛି ରାଜନୀତି ବିଜେପି ସିଧାସଳଖ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଶିକ୍ଷକମାନଙ୍କୁ ବିଭ୍ରାନ୍ତି କରୁଥିବା ଅଭିଯୋଗ କରିଛି। ବର୍ଦ୍ଧିତ ଦରମା ଲାଗି ପଡୁଥିବା ଅତିରିକ୍ତ ଆର୍ଥିକ ବୋଝ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ଭାବେ ନଜଣାଇ ଆନ୍ଦୋଳନକୁ ପ୍ରଭାବିତ କରୁଥିବା କହିଛି ଦଳ। ଏହାର ଜବାବ ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ପ୍ରତିଶ୍ରୁତି ନୁହେଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ନିଜ ଭାଗରେ ପଡୁଥିବା ଅର୍ଥ ଦେଲେ ଶିକ୍ଷା ସହାୟକମାନେ ଉପକୃତ ହେବେ।

ଏବେ ଅପେକ୍ଷା କେନ୍ଦ୍ର-ରାଜ୍ୟର ଏ କଳି ଭିତରେ କେବେ ପୂରଣ ହେଉଛି ଆନ୍ଦୋଳନରତ ୭୨ ହଜାର ଶିକ୍ଷା ସହାୟକଙ୍କ ଦାବି।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like