• translate
Odishatv Bureau

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଛନ୍ତି ପୁଣି ଜଣେ ଲାଞ୍ଚୁଆ। ବାରିପଦା ଟାଉନ ଥାନା ସବ୍ ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ୍ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ।

ବାରିପଦା ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ପାରିବାରିକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ।  ଅଭିଯୁକ୍ତ ଯୁବକ ଜେଲରୁ ବାହାରିବା ପରେ ତଦନ୍ତ ଅଧିକାରୀ କିଶାନ୍ ତାଙ୍କୁ ଫୋନ୍ କରି ଧମକ ଚମକ ଦେବା ସହ ମାମଲାକୁ ରଫାଦଫା କରିବା ପାଇଁ ୧୫ହଜାର ଟଙ୍କା ମାଗୁଥିଲେ।

ତେବେ ଲାଞ୍ଚ ବାବଦକୁ ୫ ହଜାର ଟଙ୍କା ନେଉଥିବା ବେଳେ ପୂର୍ବଯୋଜନା କରି ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ।

ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସବ୍ ଇନ୍ସପେକ୍ଟରଙ୍କ ପୈତୃକ ବାସଭବନ, ରାଉରକେଲାର ବାସନ୍ତୀ କଲୋନୀରେ ମଧ୍ୟ ଚଢ଼ାଉ କରାଯାଇଥିଲା।

Other Stories