କପାଳଲୋଚନ ମନ୍ଦିରରେ ଶିବ ବିବାହ ଉତ୍ସବ

ଭୁବନେଶ୍ୱର: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭୁବନେଶ୍ୱର ଡମଣା ଗାଁ କପାଳଲୋଚନ ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶନିବାର ପାରମ୍ପରିକ ରୀତିରେ ମଙ୍ଗଳକୃତ୍ୟ ଓ ଅଭିଷେକ ସଂପନ୍ନ କରାଯାଇଥିଲା I

lordshivabarat ରବିବାର ସକାଳୁ କପାଳ ଲୋଚନ ମହାଦେବଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା I ଈଶ୍ୱର ପାର୍ବତୀଙ୍କ ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ପ୍ରମୋଦ ବେହେରା ଓ କନ୍ୟାପିତା ଭାବେ ବେଣୁଧର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ I shiva vivaha
ଏହି ଅବସରରେ ପାଂଚ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଦେବାଶିଷ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I

You might also like