ଶୀତଳଷଷ୍ଠୀରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆସନ୍ତାକାଲି ଶିବ ବିବାହ। ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଢୋଲ, ଦୁଲଦୁଲି ସାଙ୍ଗକୁ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ପୂରା ପଶ୍ଚିମ ଓଡ଼ିଶା। ଗତକାଲି ସମ୍ବଲପୁରର ଝାଡୁଆପଡ଼ା ସମେତ ଅନ୍ୟ ପଡ଼ାରେ ପତରପେଣ୍ଡି ଉତ୍ସବ ସମ୍ପନ୍ନ ହୋଇଛି। ବରଗଡ଼ ଜିଲ୍ଲାର ବରପାଲିରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାର ଧୁମ୍ ଦେଖିବାକୁ ମିଳିଛି। ଗତକାଲି ବାବା କପିଳେଶ୍ୱରଙ୍କର ବିବାହ ପାଇଁ ସବୁ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ଭୈରବ ବାବା। ସୁବର୍ଣ୍ଣପୁର ଜିଲ୍ଲାରେ ୧୦୮ ଭରି ସୁନାରେ ତିଆରି ହୋଇଥିବା ନାଗ ଓ ରୂପାରେ ନିର୍ମାଣ ହୋଇଥିବା ବିମାନକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଲାଗିଛି।

ବଲାଙ୍ଗିର ବି ଶୀତଳଷଷ୍ଠୀ ଲାଗି ବେଶ୍‌ ଉତ୍ସବମୁଖର ହୋଇଛି। ଆସନ୍ତାକାଲି ଶିବ-ପାର୍ବତୀଙ୍କ ବାହାଘର ହେବ। ଏହାପରେ ୧୯ ତାରିଖରେ ଯୁଗଳବନ୍ଦୀ ଶୋଭାଯାତ୍ରା ବାହାରିବ। ଏହି ଶୋଭାଯାତ୍ରାରେ ସାମିଲ ହେବେ ସୁନ୍ଦର ସୁନ୍ଦର ମେଢ଼ ଓ ପରଭା। ସେଥିପାଇଁ ପରଭା ଓ ମେଢ଼ ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର। ଏଥିସହିତ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ମଞ୍ଚ ନିର୍ମାଣ କାମ ମଧ୍ୟ ଜୋରସୋରରେ ଚାଲିଛି।

 

You might also like