ରୀତିନୀତିରେ ସମ୍ପନ୍ନ ହେଲା ଶିବ, ପାର୍ବତୀଙ୍କ ବିବାହ ଉତ୍ସବ: ଆଜି ଯୁଗଳ ଦର୍ଶନ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ହୋଇଛି ସମ୍ବଲପୁର ସହର। ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ। ବିବାହ ଶୋଭାଯାତ୍ରାରେ ବାଣ, ରୋଷଣୀ ଓ ବାଜା ବାଜଣାରେ ଫାଟି ପଡ଼ିଥିଲା ପରିବେଶ। ସାରା ସମ୍ବଲପୁର ସହରକୁ ଦୁଲୁକେଇ ଶୋଭାଯାତ୍ରାରେ ଆସିଥିଲେ ମହାଦେବ। ସଂଧ୍ୟାରୁ ଆରମ୍ଭ ହୋଇଥିବା ମହାଦେବଙ୍କ ଏହି ଶୋଭାଯାତ୍ରା ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା। ଉତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ରୀତିନୀତି ମୁତାବକ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଭୋର ରାତି ୩ଟାରେ ହାତଗଣ୍ଠି ପଡ଼ିଥିଲା। ଭଗବାନଙ୍କ ବିବାହ ଉତ୍ସବ ଦେଖିବା ପାଇଁ ସାରା ସମ୍ବଲପୁର ସହର ରାସ୍ତାକୁ ଓହ୍ଲାଇ ଆସିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଏହି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବରେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।  ଦେଶ ତଥା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଉତ୍ସବକୁ ଦେଖିବାକୁ ଏକାଠି ହୋଇଥିଲେ। ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପରେ ଆଜି ଯୁଗଳ ଦର୍ଶନ ଲାଭ କରିବେ ଶ୍ରଦ୍ଧାଳୁ।

 

You might also like