ଶ୍ୟାମଳୀ ବୋଲି ଥଟ୍ଟା କରିବାରୁ ଭୋଜିରେ ବିଷ ମିଶାଇଲେ ମହିଳା
ମହାରାଷ୍ଟ୍ର : ମହାରାଷ୍ଟ୍ର ରାଇଗଡ଼ ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୫ ଜଣଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଳ୍ୟକର ତଥ୍ୟ ସାମନାକୁ ଆସିଛି। ପରିବାରର ଜଣେ ସମ୍ପର୍କୀୟ ମହିଳା ପ୍ରଜ୍ଞା ସୁରଭାସୀ ଖାଦ୍ୟରେ ମିଶାଇଥିଲେ ବିଷ। ଘଟଣାରେ ତଦନ୍ତ କରି ରାଇଗଡ଼ ପୋଲିସ ହାତରେ ଲାଗିଛି ଏପରି ତଥ୍ୟ। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ରହିଛି ହତ୍ୟା ପଛର କାରଣ।
ପ୍ରଜ୍ଞା ଦେଖିବାକୁ ଶ୍ୟାମଳ ରଙ୍ଗର। ତେଣୁ ପରିବାର ଏବଂ ସମ୍ପର୍କୀୟ ଲୋକେ ଏନେଇ ବାରମ୍ବାର ତାଙ୍କୁ ଥଟ୍ଟା ଏବଂ ପରିହାସ କରୁଥିଲେ। ଯାହାକୁ ନେଇ ବହୁ ଦିନ ଧରି ବ୍ୟତିବ୍ୟସ୍ତ ଥିଲେ ପ୍ରଜ୍ଞା । ଲୋକଙ୍କ ଟାହି ଟାପୁରାରୁ ବଞ୍ଚିବା ପାଇଁ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ। ଘରେ ରାତ୍ରି ଭୋଜନର ଆୟୋଜନ ହୋଇଥିବା ବେଳେ ଡାଲିରେ କୀଟନାଶକ ଆଣି ମିଶାଇ ଥିଲେ ପ୍ରଜ୍ଞା।
ଯାହାକୁ ଖାଇବା ପରେ ଶହେରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ପରବର୍ତ୍ତି ସମୟରେ ଗୁରୁତର ଭାବେ ଅସୁସ୍ଥ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ୪ ଜଣ ଶିଶୁ ରହିଛନ୍ତି।ମାମଲାର ଖୁଲାସା ପରେ ଗିରଫ କରି ପ୍ରଜ୍ଞାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।