‘ରାଇଜିଂ ଷ୍ଟାର’ରେ ଚମକିଲେ ଓଡିଆ ଗାୟକ ଶଶାଙ୍କ ଶେଖର

ଓଡିଶାରୁ ପୁଣି ଆଉ ଜଣେ ପ୍ରତିଭା ଜାତୀୟ ସ୍ତରର ରିଆଲିଟି ଶୋ’ରେ ଦେଖାଇଛନ୍ତି ନିଜର କରିସ୍ମା। ଯାହାକୁ ନେଇ ଓଡ଼ିଶା ଖୁବ୍ ଗର୍ବିତ। ସେ ହେଉଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର। ନିଜର ସୁମଧୁର କଣ୍ଠରେ ମୋହିତ କରିଥିଲେ କଲର୍ସରେ ପ୍ରସାରିତ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର’ର ବିଚାରକ ଓ ଦର୍ଶକମାନଙ୍କୁ। ଆଉ ସେହି ଶୋ’ରେ ନିଜର ଦୃଢ ନିଷ୍ଠା ବଳରେ ଟପ୍‌-୮କୁ ଯାଇପାରିଥିଲେ।

ଉଲ୍ଲେଖନୀୟ ଯେ, କଲର୍ସ ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ଶୋ’ ରାଇଜିଂ ଷ୍ଟାର ସିଜିନ୍‌-୨ରେ ପ୍ରବେଶ କରିଥିଲେ ଶଶାଙ୍କ। ଭୁବନେଶ୍ୱରରେ ଅଡ଼ିସନ ଦେଇ ,ସେ ମନୋନୀତ ହୋଇଥିଲେ। ଓଟିଭି.ଇନ୍‌କୁ ନିଜର ଅନୁଭୂତି କହିଛନ୍ତି ଶଶାଙ୍କ। ଏହି ଶୋ’ରେ ଭାଗ ନେଇ ସେ ଅନେକ  ଅଭିଜ୍ଞତା ସାଉଁଟିଛନ୍ତି। ଏଥିରେ ଦେଶର ପ୍ରତିଭାବାନ ସିଙ୍ଗର ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀତା ବହୁତ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଏହି ଶୋ’ରେ ଓଡିଶାକୁ ରିପ୍ରେଜେଣ୍ଟ କରିଥିବାରୁ ନିଜକୁ ଗର୍ବ ଅନୁଭବ କରନ୍ତି ବୋଲି ଶଶାଙ୍କ କହିଛନ୍ତି।

ହିନ୍ଦୀ ଫିଲ୍ମ ‘ଗବ୍ବର’ର ଲୋକପ୍ରିୟ ଗୀତ ‘ତେରି ମେରି କାହାନି..’ ଏହି ଲାଇଭ୍‌ ଶୋ’ ‘ରାଇଜିଂ ଷ୍ଟାର’ ରେ ଶଶାଙ୍କ ଖୁବ୍ ପ୍ରିୟ ଗୀତ ଥିଲା। ଏହି ଗୀତଟି ତାଙ୍କର ରିଆଲିଟି ଶୋରେ ପ୍ରଥମ ଆକର୍ଷଣ ଥିଲା। ବିଚାରକମାନେ ଏହି ଗୀତର ଗାୟନଶୈଳୀରୁ ଶଶାଙ୍କଙ୍କ ଦକ୍ଷତାକୁ ଚିହ୍ନି ପାରିଥିଲେ।

ଶଶାଙ୍କ ଓଲିଉଡରେ ମଧ୍ୟ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛିନ୍ତି। ଏହି ଜାତୀୟ ସ୍ତରର ରିଆଲିଟି ଶୋ’ରେ ଭାଗ ନେବା ଦ୍ୱାରା ତାଙ୍କର ଆହୁରି ଲୋକପ୍ରିୟତା ବଢିଯାଇଛି ଏବଂ ଆହୁରି ଅନେକ ଲୋକ ଚିହ୍ନି ପାରିଛନ୍ତି ବୋଲି ଶଶାଙ୍କ କହିଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ-

You might also like
Comments
Loading...