ପତ୍ନୀଙ୍କ ଅନୁମତି ପରେ ଏହି ଫଟୋ ସେୟାର କଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍‌ ଷ୍ଟୋରୀ ଫିଲ୍ମର କାହାଣୀଠୁ ମଧ୍ୟ କିଛି କମ୍‌ ନୁହେଁ। କଲେଜ ଟାଇମ୍‌ରୁ ଡେଟିଂ ଆରମ୍ଭ କରିଥିବା ଏହି ଦୁଇ ଲଭ୍‌ବାର୍ଡ଼ ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କୁ ଏକାଠି ବହୁତ୍‌ କମ୍‌ ଦେଖିବାକୁ ମିଳିଥାଏ। ନିକଟରେ କିଙ୍ଗଖାନ୍‌ ଶାହାରୁଖଙ୍କୁ ପତ୍ନୀ ଗୌରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି।

ନିକଟରେ ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଫଟୋରେ କ୍ୟାପ୍‌ସନ୍‌ ଦେଇ ସେ ଲେଖିଥିଲେ, ‘ବହୁତ ବର୍ଷ ପରେ ପତ୍ନୀ ମୋତେ ଫଟୋ ଅପ୍‌ଲୋଡ଼ କରିବାକୁ ଅନୁମତି ଦେଲେ’। ଏହି ଫଟୋ ସେୟାର ହେବା କ୍ଷଣି ୯ ଘଣ୍ଟାରେ ସାଢେ ୬ ଲକ୍ଷରୁ ଅଧିକା ଲୋକଙ୍କ ଲାଇକ୍ ମିଳିଛି। ଫଟୋରେ ଦୁହେଁ କଳା ରଙ୍ଗର ଚଷମା ପିନ୍ଧିଥିବା ସହ ଶାହାରୁଖ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି। କିନ୍ତୁ ଶାହାରୁଖ୍‌ଙ୍କ ଏହି ପୋଷ୍ଟରୁ ଜଣା ପଡ଼ିଲା ଯେ ପତ୍ନୀ ଗୌରୀ ତାଙ୍କୁ ତାଙ୍କର ଫଟୋ ଅପ୍‌ଲୋଡ କରିବାକୁ ବାରଣ କରନ୍ତି ବୋଲି।

ବହୁତ ଶୀଘ୍ର ଦର୍ଶକମାନେ ଶହାରୁଖ୍‌ଙ୍କୁ ଫିଲ୍ମ ‘ଜିରୋ’ ଦେଖିବାକୁ ପାଇବେ। ଫିଲ୍ମର ଟିଜର୍‌ ଭିଡ଼ିଓ ରିଲିଜ୍‌ ହୋଇଥିବା ବେଳେ ଖାଲି ଫିଲ୍ମର ଟ୍ରେଲରକୁ ଫ୍ୟାନ୍ସଙ୍କ ଅପେକ୍ଷା। ଏହି ଫିଲ୍ମରେ ବଲିଉଡ଼ ଭାଇଜାନ ସଲମାନ୍‌ ଖାନ୍‌ ବି ନଜର ଆସିବେ। ଶାହାରୁଖ, ସଲମାନ୍‌ଙ୍କ ବ୍ୟତୀତ ଅନୁଷ୍କା ଶର୍ମା, କଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ।

You might also like