ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ I

ଦିଲ୍ଲୀ ପୁଲିସ୍‍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି ମହାରାଜ ତାଙ୍କର ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ ସଂଗୀନ ଦଫା ୩୭୬(ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‍ I

(ସୌଜନ୍ୟ: ଏଏନ୍‌ଆଇ ଟ୍ୱିଟ୍)

ସୂଚନା ଯୋଗ୍ୟ, ଦାତି ମହାରାଜଙ୍କ ଅସଲି ନାମ ହେଉଛି ମଦନ। ଦକ୍ଷିଣ ଦିଲ୍ଲୀରେ ତାଙ୍କର ଏକ ଫର୍ମ ହାଉସ ରହିଛି । ଟିଭି ଚ୍ୟାନେଲରେ ଦାତି ମହାରାଜ ରାଶିଫଳ ଉପରେ କାର୍ଯ୍ୟକ୍ରମ କରିଆସୁଛନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହିଛନ୍ତି ଦାତି ମହାରାଜ I

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like