ଅଡୁଅାରେ ରସିକିଅା ଜେଲର ଚିନ୍ମୟ ପାତ୍ର

ଅନ୍ୟ ଜଣେ ଯୁବତୀଙ୍କ ସହ ଜେଲରଙ୍କ ଅଶ୍ଲୀଳ ଫଟୋ ଭାଇରାଲ

କେନ୍ଦୁଝର  : ବଢିଲା ରସିକିଅା ଜେଲର ଚିନ୍ମୟ ପାତ୍ରଙ୍କ ଅଡୁଅା। କେନ୍ଦୁଝର ବଡବିଲ ଥାନାରେ ରୁଜୁ ହେଲା ମାମଲା। ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟରୁ ସସ୍‌ପେଣ୍ଡ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି।  ସେପଟେ ଜେଲରଙ୍କ ଅାଉ କିଛି ଅଶ୍ଲୀଳ ଫଟୋ ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଛି। ରଙ୍ଗ୍ ନମ୍ବରରୁ କଲ, ପରେ ପ୍ରେମ ନିବେଦନ ଅାଉ ଚାକିରୀର ମିଥ୍ୟା ପ୍ରଲୋଭନ ଦେଖାଇ ବିବାହିତ ଜେଲର ଚିନ୍ମୟ ପାତ୍ର ମହିଳାଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ।

ତେବେ ଏକାଧିକ ଯୁବତୀଙ୍କ ସହ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଘଟଣା ପ୍ରଘଟ ହେବା ଏବେ ଜେଲରଙ୍କ ପାଇଁ ଅଡୁଅା ହୋଇଛି। ତେବେ ଜେଲରଙ୍କ ବିରୋଧରେ ଏତେ ବଡ ସଙ୍ଗୀନ ଅଭିଯୋଗ ପରେ ତାଙ୍କ ପତ୍ତା ମିଳୁନି। ସେ ଏତେଦିନ ହେଲା ଛୁଟିରେ ଅଛନ୍ତି ନା ଫେରାର ରହିଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ।

ଏହାସହ ମଧ୍ୟ ପଢନ୍ତୁ :  ରଙ୍ଗିଲା ଜେଲର୍‌ଙ୍କ ଆଉ ଏକ କାରନାମା

You might also like