ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ : କୁଆଖାଇ ନଈପଠାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଭୁବନେଶ୍ୱର : ଲଭ, ଭିଡିଓ ଭାଇରାଲ, ତା ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ। ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା ପଛରେ ଆସୁଛି ଭାଇରାଲ ଭିଡିଓର ଗନ୍ଧ।

ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ବଡ ଭାଇ। ଦୁଇ ଦିନ ତଳେ ଉନ୍ମୟ ନିଖୋଜ ଥିଲେ। ଆଉ ଥାନାରେ ରିପୋର୍ଟର କେଇ ଘଣ୍ଟା ପରେ ମିଳିଛି ମୃତଦେହ। ଭାଇରାଲ୍ ଭିଡିଓରେ ଥିବା ଯୁବତୀ କିମ୍ବା ତାଙ୍କ ପୁରଷ ବନ୍ଧୁ ଅବା ଅନ୍ୟ କାହା ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଭାଇ ଚିନ୍ମୟ।

୨୦୧୬ ମସିହାର ଭାଇରାଲ ଭିଡିଓ। ଯେଉଁଥିରେ ମୃତ ଉନ୍ମୟ ପାଢୀ ଅଛନ୍ତି। ପ୍ରେମିକାର ଏ ଭିଡିଓ ଭାଇରାଲ କରିବା ନେଇ ଧମକ ଦେବାରୁ ତାକୁ ନେଇ ଯୁବତୀ ଜଣଙ୍କ ଖାରବେଳ ଥାନାରେ ୨୦୧୭ ମସିହାରେ ଅଭିଯୋଗ ବି ଆଣିଥିଲେ। ଅଭିଯୋଗ ଆଧାରରେ ୧୦ ମାର୍ଚ୍ଚ ୨୦୧୭ରେ ପୋଲିସ ଉନ୍ମୟ ପାଢୀଙ୍କୁ ଗିରଫ ବି କରିଥିଲା। ଆଉ ତାର ଠିକ୍ ବର୍ଷକ ପରେ କୁଆଖାଇ ନଦୀ ପଠାରୁ ମିଳିଛି ମୃତଦେହ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଭାଇରାଲ ହୋଇଥିଲା। ତେବେ ହଠାତ କିଏ ଓ କାହିଁକି ଏହାକୁ ଭାଇରାଲ କଲା ତାହା ଜଣାପଡିନି। ସେପଟେ ଉନ୍ମୟ ପାଢୀଙ୍କ ହତ୍ୟା ପଛରେ ଏହି ଭାଇରାଲ ଭିଡିଓର ଲିଙ୍କ୍‌ଥିବା ଅଭିଯୋଗ ଆସିବା ପରେ ପୋଲିସ ଚଳାଇଛି ଛାନ୍‌ଭିନ୍‌। ନଦୀ ପଠାରୁ ଉନ୍ମୟଙ୍କ ପୋଡା ଲାପଟପ୍‌ ଓ ଡଙ୍ଗଲ ମିଳିବା ପରେ ସ୍କାନରରେ ଏବେ ସଂପୃକ୍ତ ଯୁବତୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ।

ଏବେ ଅପେକ୍ଷା ଏ ହତ୍ୟାକାଣ୍ଡର କେବେ ହେଉଛି ପର୍ଦ୍ଦାଫାସ।

You might also like