ସେକ୍ସ ରାକେଟ ଠାବ
ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ ହୋଇଛି।
ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ ଦେହ ବେପାର ଚାଲୁଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । କୁଇକ୍ ଆକ୍ସନ୍ ଟିମ୍ ଓ ଖାରବେଳ ନଗର ପୁଲିସ ମିଳିତ ଭାବେ ତୁରନ୍ତ ଉକ୍ତ ସ୍ପା’ରେ ଚଢ଼ଉ କରି ୩ ଦେହଜୀବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ। ଚଢ଼ଉ ବେଳେ ପୁଲିସ ଆପତ୍ତିଜନକ ସାମଗ୍ରୀ ସହ ମୋଟର ସାଇକେଲ, ମୋବାଇଲ୍ ଫୋନ୍ ଓ ୩୫୦୦ ଟଙ୍କା ଜବତ କରିଥିଲା।