କୋଣାର୍କରେ ରାତି ଅଧିଆ ପୋଲିସ୍‌ ଚଢ଼ାଉ: ୭ ଯୁବତୀ ଉଦ୍ଧାର

ପୁରୀ: ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଅଭିଯୋଗ ନେଇ କୋଣାର୍କରେ ରାତି ଅଧିଆ ପୋଲିସର ରେଡ୍। ଗତକାଲି ମଧ୍ୟରାତ୍ରୀରେ ବିଭିନ୍ନ ହୋଟେଲ୍ ଓ ଲଜ୍‌ରେ ପୋଲିସ ଚଢ଼ାଉ କରିଛି। ଏଥିରେ ଜଣେ ଲଜ୍ ମାଲିକଙ୍କ ସମେତ, ୨ ଦଲାଲ, ୪ ଗ୍ରାହକ ଓ  ୭ ଯୁବତୀଙ୍କ ସହ ମୋଟ ୧୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବତୀଙ୍କ ମଧ୍ୟରେ ଜଣେ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଓ ଆଉ ଜଣେ ଇଞ୍ଜିନିୟରିଂ ସ୍କୁଲର ଛାତ୍ରୀ ବୋଲି ପୋଲିସ କହିଛି। ନିମାପଡ଼ା ଏସ୍‌ଡିପିଓଙ୍କ ନେତୃତ୍ୱରେ ୩୫ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲା। କୋଣାର୍କରେ ଅନେକ ହୋଟେଲ ଓ ଲଜ୍‌ରେ ଦେହ ବ୍ୟବସାୟ ହେଉଛି ବୋଲି ପୂର୍ବରୁ ଅଭିଯୋଗ ହେବା ପରେ ପୋଲିସ ରେଡ୍ କରିଥିବା ସୂଚନା ମିଳିଛି।

 

ଆହୁରି ପଢ଼ନ୍ତୁ

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

You might also like