ଘରେ ଚାଲୁଥିଲା ଦେହ ବ୍ୟବସାୟ; ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଙ୍ଗଲା ଥାନା ଅଧିନସ୍ଥ ନାହଞ୍ଜରା ଗାଁରେ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

ନାହଞ୍ଜରା ଗାଁରେ ରହୁଥିବା ମନୋରଞ୍ଜନ ପ୍ରଧାନଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଜାଣିପାରିଥିଲେ। ଏନେଇ ଗ୍ରାମବାସୀ ମିଳିତ ହୋଇ ଘର ଚାରି ପାଖ ଘେରାଉ କରି ପୋଲିସକୁ ଖବର ଦେଇଥିଲେ।

ବିଳିମ୍ବିତ ରାତିରେ ପୋଲିସ ପହଞ୍ଚି ମନୋରଞ୍ଜନଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା।  ଗିରଫଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ମନୋରଞ୍ଜନ ପୂର୍ବରୁ ଚୋରା ମଦ କାରବାର କରୁଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

You might also like
Comments
Loading...