ଭିସା ନିୟମ ଉଲଂଘନ : ଭାରତରୁ ବିଦା ହେବେ ୮ ଥାଇ ଯୁବତୀ

ଭୁବନେଶ୍ୱର : ଭାରତ ଛାଡିବେ ୮ ଥାଇଲାଣ୍ଡ ଯୁବତୀ । ଭିସା ଉଲଂଘନ ଅଭିଯୋଗରେ ସେମାନଙ୍କୁ କୁଇଟ୍‌ ଇଣ୍ଡିଆ ନୋଟିସ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ଟୁରିଷ୍ଟ ଭିସା ନାଁରେ ବିଦେଶିନୀ ମାନେ ଏଠାରେ ସେକ୍ସ କାରବାର ଭଳି କର୍ମରେ ନିୟୋଜିତ ରହିଥିବାରୁ ଭିସାର ଗାଇଡଲାଇନକୁ ସେମାନେ ଉଲଂଘନ କରୁଛନ୍ତି ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ଇମିଗ୍ରେସନ ବିଭାଗ ତରଫରୁ ପୋଲିସ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛି । ଭୁବନେଶ୍ୱର ରହଣି ବେଳେ ଫର୍ମ ସି ପୂରଣ କରିଥିଲେ ନା ନାହିଁ ସେନେଇ ମଧ୍ୟ ଖୋଳତାଡ ଚାଲିଛି । ଏହି ପଦକ୍ଷେପ ସଂପର୍କିତ ତଥ୍ୟ ତାଙ୍କ ଦୂତାବାସକୁ ମଧ୍ୟ ଜଣାଇ ଦିଆଯିବ ବୋଲି  ଭୁବନେଶ୍ୱର ଡିସିପି କହିଛନ୍ତି।  ଗତ ଶନିବାର ଭୁବନେଶ୍ୱରରେ ଏକ ସ୍ପାରେ ଚଢାଉ କରି ପୋଲିସ ଏହି ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଠାବ କରିଥିଲା।

You might also like