ତାତିରେ ଛଟପଟ ହେଉଛି ସାରା ଓଡ଼ିଶା

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୪ ସହ ଝାରସୁଗୁଡ଼ା ଆଜି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ତା’ ତଳକୁ ଥିଲା ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗିର। ତେବେ କାଲିଠୁ ପୁଣି କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ଝଡ଼ ତୋଫାନ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ଆକାଶରୁ ନିଆଁ ଖସୁଛି। ୪୫ ଛୁଇଁବାକୁ ବସିଲାଣି ପାରଦ। ଖରା ଏତେ ଯେ, ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ, ହାଟ ବଜାର ଖାଁ ଖାଁ। କେବଳ ଟିଟିଲାଗଡ଼ ନୁହେଁ ସାରା ରାଜ୍ୟର ହଂସା ଉଡ଼ାଉଛି ଗ୍ରୀଷ୍ମ ପ୍ରବାହ। ସହରରୁ ଗାଁ, ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ଅସମ୍ଭବ ତାତି। ବାୟୁମଣ୍ଡଳରେ ଆଦ୍ରତା ବଢିଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି। ଏଯାଏଁ ସରକାରୀ ଭାବେ ୧୬ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଛି।

ଗ୍ରୀଷ୍ମ ପ୍ରଭାବରେ ଥରହର ହେଉଥିବା ଓଡ଼ିଶାର କିଛି ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଖୁସି ଖବର ଆସିଛି। କାଲିଠୁ ୧୧ ତାରିଖ ଯାଏଁ କେନ୍ଦୁଝର, ମୟୂରଭଞ୍ଜ ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଫଳରେ ଏସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।

ସେପଟେ ଦିଲ୍ଲୀ, ଗୁରୁଗ୍ରାମ ଓ ରାଜସ୍ଥାନରେ ଗତକାଲି ପ୍ରବଳ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା। ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଦେଶର ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ମଧ୍ୟ ଝଡ଼ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ୨୦ଟି ରାଜ୍ୟ ଝଡ଼ ତୋଫାନରେ ପ୍ରଭାବିତ ହେବା ଆଶଙ୍କା କରାଇଛି। ଏହାକୁ ଦୃଷ୍ଟିରେ ହରିଆଣା ସରକାର ରାଜ୍ୟରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like