ଆମରଣ ଅନଶନରେ ବସିଥିବା ୭ ଚାଷୀ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାରେ ଅଙ୍ଗ ନଦୀବନ୍ଧ ଜଳସେଚନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ ଦାବିରେ ଆମରଣ ଅନଶନ ଚଳାଇଥିବା ଚାଷୀଙ୍କ ମଧ୍ୟରୁ ୭ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପଦମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କୁ ବାଦ ଦେଲେ କିଛି ଚାଷୀ ଏବେବି ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଚଳାଇଛନ୍ତି।

ଅଙ୍ଗ ନଦୀବନ୍ଧକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ମତ୍ସ୍ୟବୀମା ପ୍ରଦାନ, କୃଷିଋଣ ଛାଡ଼, ଇନପୁଟ୍ ସବସିଡି ପ୍ରଦାନ, ପେନସନ ଏବଂ ପ୍ରତ୍ୟେକ ଘରକୁ ପିଇବା ପାଣି ପ୍ରଦାନ ଭଲି ଦାବି କରିଛନ୍ତି। ଏହି ସବୁ ଦାବିକୁ ନେଇ ଗତ ସୋମବାରଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଚଳାଇଛନ୍ତି ଚାଷୀ।

ସମସ୍ୟାର ସମାଧାନ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ପଦମପୁର ଉପଜିଲ୍ଲାପାଳ।

You might also like