ଏନ୍‌କାଉଣ୍ଟରରେ ୭ ନକ୍ସଲ ମୃତ

ବିଜାପୁର: ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲ ସଙ୍ଗଠନ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରଥମେ ମହାରାଷ୍ଟ୍ର ଆଉ ଏବେ ଛତିଶଗଡ଼ରେ ହୋଇଛି ପୋଲିସ ଏନ୍‌କାଉଣ୍ଟର। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟ ହୋଇଛି।

ଶୁକ୍ରବାର ବିଜାପୁର ଜିଲ୍ଲାରେ ପୋଲିସ୍ ଓ ନକ୍ସଲଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେହିଭଳି ଗତକାଲି ନାରାୟଣପୁର ଏସ୍‌ପିଙ୍କ ନିକଟରେ ୬୦ଜଣ ସଶସ୍ତ୍ର ନକ୍ସଲ ଆତ୍ମସମର୍ପଣ କରିଥିଲେ।

You might also like