ଛତୁଆ ଖାଇ ଗୋଟିଏ ପରିବାରର ୭ ଗୁରୁତର

ବାଲିଗୁଡା: କନ୍ଧମାଳ ଜିଲ୍ଲା ଖାଜମ ଗାଁର ଗୋଟିଏ ପରିବାରର ୭ଜଣ ଛତୁଆ ଖାଇ ଗୁରୁତର ଅସୁସ୍ଥ। ଅସୁସ୍ଥଙ୍କୁ ପ୍ରଥମେ ତୁମୁଡିବନ୍ଧ ହସପିଟାଲରେ ପ୍ରାଥମିକ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।  ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ସେମାନଙ୍କୁ ବାଲିଗୁଡା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ  ବିଳମ୍ବିତ ରାତିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଛତୁଆ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଛତୁଆ ଅଧିକ ଦିନ ରହିଯାଇ ନଷ୍ଟ ହୋଇଯାଇଥିବା ବା ଏଥିରେ କିଛି ବିଷାକ୍ତ ଜିନିଷ ମିଶି ଯାଇଥିବା ସନ୍ଦେହ କରାଯାଉଛି।

You might also like