ପୁରୀରେ ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ ଆହ୍ୱାନ

ପୁରୀ : ଆସନ୍ତା ୩ ତାରିଖରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଶେଷ ରଥ ସମନ୍ୱୟ କମିଟି ବୈଠକ। ତେବେ ଏହି ବୈଠକରେ ସେବାୟତମାନେ ଯୋଗ ନଦେବାକୁ ଆହ୍ୱାନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଏ ନେଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଏକ ପୋଷ୍ଟର ଲଗାଯାଇଛି ।

ସମ୍ମିଳନୀ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ବିରୋଧ କରାଯାଇ ଏହି ପୋଷ୍ଟର ଲାଗିଛି । ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ ପର୍ଯ୍ୟନ୍ତ ସବୁ ଘଟଣାରେ ଜିଲ୍ଲାପାଳ ମିଥ୍ୟା ଅପବାଦ ଓ ସେବାୟତ ବିରୋଧୀ ମନୋଭାବ ପୋଷଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ତେଣୁ ସ୍ୱାଭିମାନୀ ସେବାୟତମାନେ ଏହି ବୈଠକରେ ଯୋଗ ନେଦେବାକୁ ଆହ୍ୱାନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଚଳିତ ଘୋଷଯାତ୍ରା ଲାଗି ୩ଟି ରଥ ସମନ୍ୱୟ ସମିତି ବୈଠକ ସରିଥିବା ବେଳେ ୩ ତାରିଖରେ ଚତୁର୍ଥ ତଥା ଅନ୍ତିମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୋଗଦେବା ଲାଗି କିଛି ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି।

You might also like