ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ପୋଲିସର ୬୦ତମ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ।  ତିନିଦିନ ଧରି ଭୁବନେଶ୍ୱରସ୍ଥିତ  ପୋଲିସ ଭବନରେ ଅନୁଷ୍ଠିତ ହେବ  ଏହି ସମ୍ମିଳନୀ।

ଏଥିରେ ସମସ୍ତ  ଜିଲ୍ଲାର ଏସପି, ଡିସିପି, ସଶସ୍ତ୍ର  ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହେବେ।

ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ ଗୃହ ନିର୍ମାଣ  ଓ କଲ୍ୟାଣ ନିଗମ ଆଦିର ଅଧିକାରୀ ମଧ୍ୟ ଅଂଶ ଗ୍ରହଣ କରିବେ।

ଏହି ସମ୍ମିଳନୀକୁ  ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିବେ। ବିଶେଷ କରି  ଆଇନ ଶୃଙ୍ଖଳା ପରିସ୍ଥିତି, ରାଜ୍ୟରେ ଅପରାଧ ନିୟନ୍ତ୍ରଣ, ମାଓ ଦମନ, ପୋଲିସ ବ୍ୟବସ୍ଥାରେ  ସୁଧାର  ଆଣିବା  ଦିଗରେ ସୋସିଆଲ ମିଡିଆର ଭୂମିକା, ଥାନାର ସୁଦୃଢୀକରଣ, ଲୋକାଭିମୁଖୀ ପୋଲିସ ବ୍ୟବସ୍ଥା ଓ ନୈତିକତା ସମ୍ପର୍କରେ ଆଲୋଚନା କରାଯିବ।

You might also like