ଶ୍ରୀନଗରରେ ବରିଷ୍ଠ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଶ୍ରୀନଗରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ବରିଷ୍ଠ ସାମ୍ବାଦିକ ସୁଜତ ବୁଖାରୀଙ୍କୁ ତାଙ୍କ ଅଫିସ୍‌ ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶକୁ ଏକ ଝଟ୍‌କା ଲାଗିଛି।

ଶ୍ରୀନଗରରେ ରାଇଜିଂ କାଶ୍ମୀର ଖବରକାଗଜର ସଂପାଦକ ସୁଜତ ବୁଖାରୀଙ୍କୁ ଗତକାଲି ସଂଧ୍ୟାରେ ଆତଙ୍କବାଦୀ ହତ୍ୟା କରିଛନ୍ତି। ଶ୍ରୀନଗରର ପ୍ରେସ୍ କଲୋନୀ ସ୍ଥିତ ଅଫିସରୁ ବାହାରୁଥିବା ବେଳେ ୩ ଆତଙ୍କବାଦୀ ଏକ ବାଇକ୍‌ରେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ତାଙ୍କର ୨ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ସୁଜତ ବୁଖାରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ୨୦୦୦ ମସିହାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କାଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସୁଜତ ବୁଖାରୀ ସାମିଲ ହେଉଥିଲେ।

ଯୋଜନାବଦ୍ଧ ଭାବେ ସୁଜତଙ୍କ ଉପରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତେବେ ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି।

ପୋଲିସ ଦ୍ୱାରା ରିଲିଜ ହୋଇଥିବା ଏକ ସିସିଟିଭି ଫୁଟେଜରେ ଦୃଶ୍ୟମାନ ହେଉଛି ଯେ, ୩ ଜଣ ଆକ୍ରମଣକାରୀ ଏକ ମୋଟର ସାଇକେଲରେ ବସିଥିବାବେଳେ, ନିଜ ମୁହଁକୁ ଲୁଚାଇବା ପାଇଁ ସେମାନଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍‌ ପିନ୍ଧି ଥିବାବେଳେ ବାକି ୨ଜଣ ମାସ୍କ ପିନ୍ଧିଛନ୍ତି।

ସେପଟେ ଏଭଳି ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନିନ୍ଦା କରିଛନ୍ତି। ସେହିପରି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ମଧ୍ୟ ଟ୍ୱିଟ୍ କରି ନିନ୍ଦା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଟ୍ୱିଟ୍ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ବର୍ବରକାଣ୍ଡକୁ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like