ଆସନ୍ତାକାଲିଠୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ : କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଇନର କର୍ଡନ, ଆଉଟର କର୍ଡନ ଏବଂ ଲାର୍ଜ ଆଉଟର କର୍ଡନ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯିବ। ଧାରଣାକାରୀଙ୍କ ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି।  ସିସିଟିଭିରେ ମଧ୍ୟ ନଜର ରଖାଯିବ। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।  ଦୁଇଟି ପର୍ଯ୍ୟାୟରେ ଆସନ୍ତା ମେ’ ୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ।

ଦେଖନ୍ତୁ ଏହି ଭିଡ଼ିଓ-

You might also like