ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ

ଯାଜପୁର: ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ। ଯାଜପୁର କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ଅଧରେ ଟାଟା ଷ୍ଟିଲର ସିକ୍ୟୁରିଟି ଗାର୍ଡ ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସ୍କୁଲ ପିଲା ସିକ୍ୟୁରିଟି କର୍ମଚାରୀଙ୍କୁ ପଥର ଫିଙ୍ଗୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ଏପରି କାଣ୍ଡ ପ୍ରତିବାଦ କରି ଲୋକେ ଗୋବରଘାଟିରେ ଏନ୍‌ଏଚ୍-୨୦୦କୁ ଅବରୋଧ କରିଛନ୍ତି। ଏହା ସହିତ ସ୍କୁଲ ପିଲା ମଧ୍ୟ ଟାଟା ଷ୍ଟିଲ ଫାଟକ ଆଗରେ ଧାରଣା ଦେଇଛନ୍ତି।

You might also like