ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ଲାଗି ଚାଲିଛି ସୁରକ୍ଷା ସମୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ। ବୈଠକରେ ବିମାନ ବନ୍ଦର ନିର୍ଦ୍ଦେଶକ, ଏସପିଜି ଅଧିକାରୀ ଏବଂ ରାଜ୍ୟ ପୋଲିସ ଡିଜି ଆଲୋଚନା କରିଛନ୍ତି। ଏଥିରେ ସିଆଇଏସ୍ଏଫ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି।

ଆସନ୍ତା ୨୬ ତାରିଖରେ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକ ବାଲିଯାତ୍ରା ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହେଲିକପ୍ଟର ଓହ୍ଲାଇବା ପାଇଁ ସ୍ଥାନ ନିରୂପଣ କରିଛି ବାୟୁସେନା।

କଟକର ନରାଜ ଏବଂ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟରକୁ ଅବତରଣ କରାଯାଇଛି। ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ନରାଜ  ଓ ବାଲିଯାତ୍ରାର ତଳ ପଡିଆରେ ଅବତରଣର ଅଭ୍ୟାସ କରିଥିଲା। ଏସ୍‌ପିଜିର ଏକ ସ୍ୱତନ୍ତ୍ର ଟିମ୍ ନେତୃତ୍ୱରେ କଟକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା।

You might also like