ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ଛାଇ ଯାଇଛନ୍ତି ପୁଲିସ ଆଉ କେନ୍ଦ୍ରୀୟ ଫୋର୍ସ

ପୁରୀ: ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାରେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅାଯାଇଛି ।

vlcsnap-error471ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସୁରକ୍ଷାକର୍ମୀଙ୍କର ସାରା ପୁରୀ ସହର ଉପରେ ଛଞ୍ଚାଣ ଅାଖି ରହିଛି। ସମୁଦ୍ର ଉପରେ କୋଷ୍ଟ୍‌ଗାର୍ଡର ସ୍ୱତନ୍ତ୍ର ବିମାନ ପଇଁତରା ମାରୁଛି ।  ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଅାଖପାଖ ଅଞ୍ଚଳ ଉପରେ ଚକ୍କର କାଟୁଛି ହେଲିକପ୍ଟର । ରେଳଷ୍ଟେସନ୍, ବସ୍‌ଷ୍ଟାଣ୍ଡ ଭଳି ସହରର ସବୁ ପ୍ରବେଶ ପଥରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା। ଚାରିଅାଡ଼େ ଛାଇ ଯାଇଛନ୍ତି ପୁଲିସ ଆଉ କେନ୍ଦ୍ରୀୟ ଫୋର୍ସ। ତନ୍ନତନ୍ନ ତନଖି ମଧ୍ୟ ଚାଲିଛି। 

ପୁରୀ ସହରକୁ ତିନିଟି ଡିଭିଜିନ୍‌ରେ ବିଭକ୍ତ କରାଯାଇ ଯାନବାହନ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ପ୍ରତି ଡିଭିଜନ୍ ଦାୟିତ୍ୱରେ ଜଣେ ଜଣେ  ଏସ୍‌ପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଅାସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।

ରୁଟ୍‌ ଚାର୍ଟ

ଭୁବନେଶ୍ୱରରୁ ଅାସୁଥିବା ଚାରିଚକିଅା ଗାଡ଼ି ମାଳତୀପାଟପୁର ରେଲେଓ୍ୱ ଓଭରବ୍ରିଜ୍ ଦେଇ ତାଳବଣିଅା ପାର୍କିଂ ସ୍ଥାନରେ ରହିବେ ଅାଉ କେନ୍ଦ୍ରୀୟ ବିଦ୍ୟାଳୟ ଓ ବୀରହରେକୃଷ୍ଣପୁର ଦେଇ ଫେରିବେ। ବ୍ରହ୍ମଗିରି ପଟୁ ଅାସୁଥିବା ସମସ୍ତ ଗାଡ଼ି ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ । ସେହିଭଳି କୋଣାର୍କରୁ ଅାସୁଥିବା ଗାଡ଼ି ତାଳବଣିଅାରେ ପାର୍କିଂ କରିବେ। ବାଇକ୍ ପାର୍କିଂ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ ହୋଇଛି ।

ସେହିପରି ମାଳତିପାଟପୁର ଏବଂ ତାଳବଣିଅାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ନେବା ଅାଣିବା କରିବା ପାଇଁ ୩୫ଟି ବସ୍‌ର  ବ୍ୟବସ୍ଥା କରାଯାଇଛି।

You might also like