ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପଯର୍ୟାୟ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ସରକାର ଉଭୟ ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧର ସମ୍ମୁଖୀନ ହୋଇପାରନ୍ତି।

୧୨ ହଜାର ୭୦୦ କୋଟି ଟଙ୍କାର ଏହି ଠକେଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ। ଏଥିସହ ଟ୍ରିପଲ ତଲାକ ବିଲରେ  ଦଣ୍ଡର ପ୍ରାବଧାନକୁ ବି ବିରୋଧ କରିବ ବିରୋଧୀ।

ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିବା ବେଳେ ରାଜ୍ୟସଭାରେ ପାସ୍ ହୋଇନି ତେଣୁ ଚଳିତ ଅଧିବେଶନରେ ଟ୍ରିପଲ୍ ତଲାକ୍ ବିଲକୁ ପାସ୍ କରାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଏଥିସହ ଗ୍ରାଟିଚ୍ୟୁଟି, ମୋଟର ଯାନବାହନ ଭଳି ବିଲ୍ ଗୃହରେ ଉପସ୍ଥାପନ ହେବ।

You might also like