ମାର୍ଚ୍ଚ ୫ରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ନେଇ ଆଜି ନବୀନ ନିବାସରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅଧିବେଶନରେ କଣ ରହିବ ବିଜେଡିର ରଣନୀତି, କେଉଁ କେଉଁ ପ୍ରସଙ୍ଗ ଉଠାଯିବ, ସେନେଇ ଆଜି ବୈଠକରେ ଚୂଡ଼ାନ୍ତ ହେବ।

ଜାନୁୟାରୀ ୨୯ରେ  ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।  ୮ଟି ଅଧିବେଶନ ପରେ ଫେବୃୟାରୀ ୯ରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ମାର୍ଚ୍ଚ ୫ରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।  ଏଥିରେ ୨୩ଟି ଅଧିବେଶନ ରହିବ।  ଏପ୍ରିଲ ୬ରେ ସଂସଦର ବଜେଟ ଅଧିବେଶନ ସମାପ୍ତ ହେବ।

You might also like