ଗୋଠପାଟଣାରେ ହୋଇପାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ

ଭୁବନେଶ୍ୱର  : ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ହୋଇପାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ଖୁବ୍ ଶୀଘ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବ ରମାଦେବୀ କୂଳପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଜମି ଚିହ୍ନଟ କମିଟି।

ମନ୍ତ୍ରୀ ନିଜେ ଗୋଠପାଟଣାରେ ଅବସ୍ଥିତ ୬୬ ଏକର ଜମିକୁ କମିଟି ସଦସ୍ୟଙ୍କ ସହ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ନିଷ୍ପତ୍ତି ପରେ ବିବାଦ ଉଠିଥିଲା। ପରେ ଏହାକୁ ସରକାର ପ୍ରତ୍ୟାହାର କରି ଗୋଠପାଟଣାରେ ଜମି ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି।

You might also like