ଆଜି ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ।  ଆଜି ଦିନ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ ଛଅ ଫୁଟ ରହିଛି।  ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୧ ହଜାର ୮୪୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।  ସ୍ଥିତିକୁ ଦେଖି କେତୋଟି ଗେଟ୍ ଖୋଲାଯିବ, ତାହା ସ୍ଥିର କରାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି।

ବନ୍ୟା ଜଳ ଛଡ଼ା ଯାଉଥିବାରୁ ନଦୀକୁ ନ ଯିବା  ପାଇଁ ଲୋକଙ୍କୁ ସତର୍କ କରି ଦିଆଯାଇଛି।  ଏ ସଂପର୍କରେ ଡାକବାଜି ଯନ୍ତ୍ରରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଛି। ତାସହ ହୀରାକୁଦ ଜଳଭଣ୍ଡାରର ତଳି ଅଞ୍ଚଳ ତଥା ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ତେବେ ଏହି ବନ୍ୟା ଜଳ ଛଡ଼ାଗଲା ମୁଣ୍ଡଳିରେ ପହଞ୍ଚିବାକୁ ଆଉ ପ୍ରାୟ ୪୦ ଘଣ୍ଟା ଲାଗିବ।

You might also like