ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍
ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଆଜି ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ପ୍ରଥମେ ଖୋଲାଯାଇଥିଲା। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଡ୍ୟାମ୍ ଦେଇ ନିଷ୍କାସନ କରାଯାଇଛି।
ଦିନ ୧୨ଟା ୩୦ ସୁଦ୍ଧା ଡ୍ୟାମ୍ର ୪ଟି ଗେଟ୍ ଜରିଆରେ ବନ୍ୟା ଜଳ ଛଡ଼ା ଯାଉଛି। ପର୍ଯ୍ୟାୟକ୍ରମେ ୧୫ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ତେବେ ୩୬ ଘଣ୍ଟା ପରେ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବ।